ସୁନାବେଡା ହାଲ୍‌ ପରିସର R zoneରେ ଥିବା ATMରୁ ଲୁଟ ଉଦ୍ୟମ ବିଫଳ, ସାଇରନ ବାଜିବାରୁ ଖସି ପଳାଇଲା ଲୁଟେରା

କୋରାପୁଟ(କେନ୍ୟୁଜ୍‌): ସୁନାବେଡା ହାଲ୍‌ ପରିସର R zoneରେ ଥିବା SBI ATMରୁ ଲୁଟ ଉଦ୍ୟମ ବିଫଳ । ଗତକାଲି ରାତି ୨ଟାରେ ଲୁଟେରା ପ୍ରଥମେ ଏଟିଏମ ଉପର ଡୋର ଓ ପରେ ତଳ ଡୋର ପଟୁ ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଟର ଭାଙ୍ଗି ଲୁଟ ଉଦ୍ୟମ ବେଳେ ହଠାତ ସାଇରନ ବାଜିବାରୁ ଲୁଟେରା ଘଟଣାସ୍ଥଳରୁ ଖସି ପଳାଇଥିଲେ ।

ହାଇଦ୍ରାବାଦ କଣ୍ଟ୍ରୋଲ କେନ୍ଦ୍ରରୁ ଖବର ଆସିବା ପରେ ସୁନାବେଡ଼ା ଥାନା ପୋଲିସ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଟିମ୍‌ ଦେଖି ଚମ୍ପଟ ମାରିଥିଲା ଦୁର୍ବୃତ୍ତ । ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା ଓ ସୁନାବେଡ଼ା ଥାନା ଆଇଆଇସି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.