ଏଟିଏମ ଲୁଟ ଉଦ୍ୟମ ବିଫଳ, ସଟରର ତାଲା ନ ଖୋଲିବାରୁ ଫେରିଗଲେ ଲୁଟେରା

କାମାକ୍ଷାନଗର: ଏଟିଏମ ଲୁଟ ଉଦ୍ୟମ ବିଫଳ । ଢେଙ୍କାନାଳ -କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଏଟିଏମ ଲୁଟ ଉଦ୍ୟମ ।  ଏଟିଏମର ସଟରର ତାଲା ନ ଖୋଲିବାରୁ ଲୁଟ୍ ନ କରି ଫେରିଗଲେ ଲୁଟେରା । ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମର ତାଲା ଭାଙ୍ଗିବା ସହ ଏଟିଏମ ବାହାରେ ଲାଗିଥିବା ସିସିଟିଭିରେ କଲର ସ୍ପ୍ରେ କରି ଲୁଟ ଉଦ୍ୟମ କରିଥିଲେ ।  ସଟରର ତାଲା ଖୋଲି ନପାରିବାରୁ ଲୁଟ ଉଦ୍ୟମରେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ ।  ଆଜି ସକାଳୁ ଏ ସମ୍ପର୍କରେ ଖବର ପାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଛନ୍ତି ।  ତୁମୁସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You might also like