ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ , ମାର୍ଶାଘାଇ ଜୁଣଛକରେ ଏଟିଏମ୍ ଭାଙ୍ଗି ଲୁଟ୍

ମାର୍ଶାଘାଇ(କେନ୍ୟୁଜ୍) : ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ବିଳମ୍ବିତ ରାତିରେ ମାର୍ଶାଘାଇ ବଜାରର ଜୁଣଛକରେ ଥିବା ଆକ୍ସିସ୍ ବ୍ୟାଙ୍କ ପଛପଟ କବାଟ ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏଟିଏମ୍ରୁ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଏଯାଏଁ ଜଣାପଡ଼ିନାହିଁ । ଜନଗହଳି ସ୍ଥାନରୁ ଦୁର୍ବୃତ୍ତଙ୍କ ଏପରି କାର୍ୟ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।