ଢେଙ୍କାନାଳ: ଏଟିଏମରୁ ଲୁଟିଲା ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କିନ୍ତୁ ଉଦ୍ଧାର ହେଲା ୫ ଲକ୍ଷ ୮୨ ହଜାର ଟଙ୍କା, ଅଭିଯୁକ୍ତ ବାଲେଶ୍ବରରୁ ଗିରଫ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ମୋଟଙ୍ଗା ଏଟିଏମ ଚୋରି ଘଟଣାର ପୋଲିସକୁ  ସଫଳତା।  ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତକୁ ବାଲେଶ୍ଵରରୁ ଗିରଫ କରାଯାଇଛି।।  ଅଭିଯୁକ୍ତ ନାମରେ ବାଲେଶ୍ଵର, ଭଦ୍ରକ ଓ ଭୁବନେଶ୍ୱରରେ ୨୫ ଗୋଟି ମାମଲା ରହିଛି।

cash recovery

ଏହା ସହିତ ତା ନିକଟରୁ ୫ ଲକ୍ଷ ୮୨ ହଜାର ଟଙ୍କା ଓ ଛଅ ଗୋଟି ମୋବାଇଲ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ମାନେ ନିମବାହାଳି ଛକ ନିକଟରେ ଥିବା ଏଟିଏମକୁ କାଟି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.