ରାଜଧାନୀରେ ଏଟିଏମ୍‌ ମେସିନ୍‌ ଲୁଟିନେଲେ ଦୁର୍ବୃତ୍ତ, ଥିଲା ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା !

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍‌ ମେସିନ୍‌ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି।

ଏଟିଏମ୍‌ ଭିତରେ ଓ ବାହାରେ ଟେଣ୍ଟ ହାଉସ୍‌ କପଡା ପଡିଛି । ଏଟିଏମ୍‌କୁ ଘୋଷାଡି ଘୋଷାଡି କିଛିବାଟ ନେଇଥିବା ଅନୁମାନ କରାଯାଉଛି । ମେସିନ ଭିତରେ ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା ଥିଲା । ମେସିନ୍‌ର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.