ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ): ଦୟା ନଦୀ କୂଳରୁ ମିଳିଲା ଲୁଟ୍‌ ATM ମେସିନ । ଘଟଣାସ୍ଥଳରୁ ଲୁଟ୍‌ରେ ବ୍ୟବହୃତ ପିକଅପ ଭ୍ୟାନ୍‌ ମଧ୍ୟ ଜବତ କରାଯାଇଥିବା ଭୁବନେଶ୍ୱର DCP ସୂଚନା ଦେଇଛନ୍ତି । ଭଙ୍ଗା ଏଟିଏମ ମେସିନ୍‌ ମିଳିଥିବା ବେଳେ ATMରୁ ୨୩ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏହି ଲୁଟ୍‌ ଘଟଣାରେ ୩ରୁ ଅଧିକ ପେଶାଦାର ଅପରାଧୀ ସଂପୃକ୍ତ । ଚୋରା ଗାଡ଼ିରେ ଲୁଟେ ପାଇଁ ଆସିିଥିଲେ । ଆଗରୁ ରେକି କରିଥିଲେ । ଆଖପାଖ ଅଞ୍ଚଳରୁ ଭ୍ୟାନ ଲୁଟିଥିଲେ ।

ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ଘଟଣାର ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ ନେଇଥିଲେ ଦୁର୍ବୃତ୍ତ । ମେସିନ୍‌ର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ଆଜି ଭଙ୍ଗା ATM ମିଳିଥିବା ବେଳେ ଲୁଟେରାଙ୍କୁ ଖୋଜୁଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.