ବେଗୁନିଆ(କେନ୍ଯୁଜ୍) : ପୁଣି ଏଟିଏମ୍ ଲୁଟ୍। ମେସିନ୍ ସହ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବେଗୁନିଆ ବ୍ଲକ ତୁଳସୀପୁର ବଜାରରେ ଥିବା ଟାଟା ଇଣ୍ଡିକ୍ୟାସ୍ ଏଟିଏମ୍ରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ କାଉଣ୍ଟରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିଲେ। ଏଯାଏଁ ଦୁର୍ବୃତ୍ତଙ୍କ ପତ୍ତା ମିଳିନଥିବାବେଳେ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।