ପୁଣି ମାତିଲେ ଏଟିଏମ୍‌ ଲୁଟେରା, ମେସିନ୍‌ ତାଡି କଲେ ଟଙ୍କା ଲୁଟ୍‌

ଖୋର୍ଦ୍ଧା(କେନ୍ଯୁଜ୍) : ପୁଣି ମାତିଲେ ଏଟିଏମ୍‌ ଲୁଟେରା। ମେସିନ୍‌ ତାଡି ଟଙ୍କା ଲୁଟ୍‌। ଖୋର୍ଦ୍ଧା ଟାଉନ୍‌ ଥାନା ନନ୍ଦପୁର ବଜାରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ପୋଲିସ ପହଞ୍ଚିବା ପୂର୍ବରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି। ଗତ କିଛି ଦିନ ଧରି ସମାନ ଉପାୟରେ ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତ।