ଭଦ୍ର ଚୋରଙ୍କୁ ସାବଧାନ ! ଅସହାୟତାର ଫାଇଦା ନେଇ ଲୁଟିଥିବା ଏଟିଏମ ଚୋର ଗ୍ୟାଙ୍ଗକୁ ବାନ୍ଧିଛି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଏଟିଏମ କାଉଣ୍ଟରକୁ ଭଦ୍ର ବେଶରେ ଆସନ୍ତି, ଆଉ ପିନ ନମ୍ବର ଓ କାର୍ଡ ନେଇ ଲୋକଙ୍କୁ କଳାକନା ବୁଲାନ୍ତି। ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଛି ଲକ୍ଷ୍ମୀସାଗର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଗଂଜାମ ପୋଲସରାର ମନୋଜ କୁମାର ସାହୁ ଓ ଭଞ୍ଜନଗର ର ଗୋବର୍ଦ୍ଧନ ପାତ୍ର । ଏମାନଙ୍କ ନାଁରେ ଭୁବନେଶ୍ୱରର ନନ୍ଦନକାନନ ରେ ଗୋଟିଏ ଓ ଲକ୍ଷ୍ମୀସାଗରରେ ୩ ଟି ମାମଲା ରହିଛି । ମହିଳା ଓ ବୟସ୍କଙ୍କୁ ମୁଖ୍ୟତଃ ଏମାନେ ଟାର୍ଗେଟ କରନ୍ତି ।

୩ ଟି କେସରେ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏହି ଅଭିଯୁକ୍ତ। ସେମାନଙ୍କ ଠାରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୫୦ ଗ୍ରାମ ସୁନା ଜବତ କରାଯାଇଛି। ଲୁଟ ଟଙ୍କାରେ ଅଭିଯୁକ୍ତ ମାନେ ମୁଖ୍ୟତଃ ସୁନା କିଣନ୍ତି। ସିସିଟିଭି ଫୁଟେଜ ରେ ଦେଖନ୍ତୁ କିଭଳି ସେମାନେ ଲୋକଙ୍କୁ ଭୁଆଁ ବୁଲାନ୍ତି। ଜାନୁଆରୀ ୬ ଓ ୧୦ ରେ ଦୁଇଟି ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିବା ପରେ ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନାଧିକାରୀ ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚୋରା ସୁନା ଝଳେଇ କରୁଥିବା ବଣିଆ କୁ ମଧ୍ୟ ପୋଲିସ ଅଟକ ରଖି ପଚରା ଉଚରା କରିଛି। ଅନ୍ୟ ଯିଏ ମଧ୍ୟ ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବେ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସିପି ।

Leave A Reply

Your email address will not be published.