ରାୟଗଡ଼ା କାଶୀପୁରରେ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା, ତଦନ୍ତ ପାଇଁ କାଶୀପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍

ରାୟଗଡ଼ା(କେନ୍ୟୁଜ୍) : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଭିକି ରାଓ ଗିରଫ । କାଶୀପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏଥିପାଇଁ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି ।

cm1ଆକ୍ରମଣ କାହିଁକି ହୋଇଛି ସେ ସମ୍ପର୍କରେ ରିମାଣ୍ଡ ବେଳେ ତଦନ୍ତ ହେବ । ସେପଟେ ଘଟଣାର ତଦନ୍ତ ପାଇଁ କାଶୀପୁରରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି । ଟିମରେ ଅଛନ୍ତି ୨ ଇନିସପେକ୍ଟର ଓ ଜଣେ ଏଏସଆଇ । ଗତ ୨୪ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ସ୍ଥାନୀୟ ଲୋକ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.