ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ମାଛ ବ୍ୟବସାୟୀକୁ ହାଣିଲା ଅଟୋ ଡ୍ରାଇଭର, ଏବେ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ମାଛ ବ୍ୟବସାୟୀକୁ ହାଣିଲା ଅଟୋ ଡ୍ରାଇଭର । ବଡଗଡ ହାଇସ୍କୁଲ ପାଖରେ ମାଛ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର। କଟୁରୀରେ ଗୋଡାଇ ଗୋଡ଼ାଇ ହାଣି ଥିବା ସୂଚନା। ମାଛ ବ୍ୟବସାୟୀ ଅଜିତ ରାଉତଙ୍କ ବେକ ଓ ମୁଣ୍ଡରେ କଟୁରି ଚୋଟ ଲାଗିଛି।
ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଅଜିତଙ୍କୁ ଭର୍ତ୍ତି କରା ଯାଇଥିଲା। ସେ ଏବେ ବିପଦ ମୁକ୍ତ ଅଛନ୍ତି। ଆକ୍ରମଣ କରି ସେ ଫେରାର ହୋଇଯାଇଥିଲେ। ଆଜି ପୋଲିସ ହାତରେ ଧରାପଡ଼ିଛି ଅଟୋ ଡ୍ରାଇଭର ଜଗା ବେଉରା। ବଡ଼ଗଡ଼ ଥାନା ପୋଲିସ ତାକୁ ଅଟକ ରଖି ପଚରା ଉଚୁରା କରୁଛି।