ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ତଣ୍ଟି କାଟି ଲୁଟ୍‌ କଲେ ଦୁର୍ବୃତ୍ତ , ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପୁରୀ(କେନ୍ୟୁଜ୍) : ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ ସହର। ପୁଣି ଭକ୍ତଙ୍କ ଉପରେ ଆକ୍ରମଣ। ଟାଉନଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ମଠ ନିକଟରେ ଜଣେ ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ଏହାପରେ ତାଙ୍କ ଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ପ୍ରମୋଦ ଜେନା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ପ୍ରମୋଦ ତାଙ୍କ ବନ୍ଧୁଙ୍କ ସହ ମହାପ୍ରଭୂଙ୍କ ଦର୍ଶନ ସାରି ଜଗନ୍ନାଥବଲ୍ଲଭ ପାର୍କିଂରେ ଚିଡା ହୋଇଥିଲେ। ଏହି ସମୟରେ ହତାଠ୍‌ ୩ଜଣ ଲୁଟେରା ଆସି ଆକ୍ରମଣ କରିଥିଲେ। ପ୍ରମୋଦଙ୍କ ନିକଟରୁ ମୋବାଇଲ, ମନିପର୍ସ ଓ ବ୍ୟାଗ ଛଡାଇ ନେଇଥିଲେ। ଏହାପରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଗତକାଲି ନରେନ୍ଦ୍ରକୋଣରେ ଜଣେ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା।