ମୋହନା: ଗଞ୍ଜେଇ କାରବାରରେ ଅଭିଯୁକ୍ତକୁ ଗିରଫ କରିବା ପଡିଲା ମହଙ୍ଗା, ଥାନାରେ ପଶି ପୋଲିସକୁ ଆକ୍ରମଣ

ମୋହନା(କେନ୍ୟୁଜ୍): ଥାନାରେ ତୁମୁଳକାଣ୍ଡ । ତାତିଲେ ଲୋକ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗଜପତି ଜିଲ୍ଲା ଅବଡ଼ା ଥାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଞ୍ଜେଇ କାରବାରରେ ଅଭିଯୁକ୍ତକୁ ଗିରଫ କରିବା ପରେ ତାତିଛନ୍ତି ଉତ୍ୟକ୍ତ ଲୋକ । ଆଜି ୨ଶହରୁ ଅଧିକ ଲୋକ ଅଡବା ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ରବିବାର ଦିନ ପୋଲିସ ଟିମ୍‌ ଧରଣପୁର ଗାଁର ବିଶ୍ୱନାଥ ଭୁୟାଁଙ୍କ ଘରେ ପଶି ଗଞ୍ଜେଇ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ଉତ୍ୟକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଖବର ପାଇ ଅବଡ଼ା ଥାନାରେ ଆର. ଉଦୟଗିରି ଏସ୍‌ଡିପିଓ, ମୋହନା ବିଡ଼ିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏବେବ ଥାନା ଆଗରେ ଉତ୍ତେଜନା ଲାଗି ରହିଛି । ଧାରଣା ଦେଇଛନ୍ତି ଉତ୍ୟକ୍ତଲୋକ ।

Leave A Reply

Your email address will not be published.