ସୋର : ବଡ଼ ଭାଇକୁ ସାନ ଭାଇର ଶାବଳରେ ମରଣାନ୍ତକ ଆକ୍ରମଣ ଭିଡିଓ ଭାଇରାଲ

ସୋର (କେ ନ୍ୟୁଜ୍) : ସାନ ଭାଇର ଶାବଳ ମାଡରେ ବଡ ଭାଇ ଗୁରୁତର । ଜମି ବାଡି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନଇଛଣପୁର ଗ୍ରାମରେ । ନଇଛଣପୁର ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କ ବଡପୁଅ ମହେଶ୍ୱର ମହାନ୍ତି ଓ ତାଙ୍କ ସ୍ତ୍ରୀ ମନୋରମା ମହାନ୍ତି ବର୍ଷା ଆସିବାରୁ ତରତର ହୋଇ ଧାନ ଖଳାକୁ ଧାନ ନେଇ ଆସୁଥିବା ବେଳେ ତାଙ୍କର ସାନଭାଇ ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ମିଶି ବଡଭାଇ ଓ ଭାଉଜକୁ ଶାବଳ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ମାରିଥିଲେ । ବଡ଼ ଭାଇ ମହେଶ୍ୱର ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡା ମେଡିକାଲରେ ଭିର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି । ମହେଶ୍ୱରଙ୍କୁ ଆକ୍ରମଣ ବେଳେ ଗାଁର ଜଣେ ବ୍ୟକ୍ତି ଏହାର ଭିଡିଓ ମୋବାଇଲ୍ରେ ସୁଟିଂ କରି ଭାଇରାଲ କରିଛି ।