ବେଆଇନ କରତ କଳରେ ଚଢ଼ାଉ ବେଳେ ପିପିଲି ସତ୍ୟବାଦୀରେ ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ପିପିଲି(କେନ୍ୟୁଜ୍) : ପିପିଲି ସତ୍ୟବାଦୀରେ ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ। ବେଆଇନ କରତ କଳରେ ଚଢ଼ାଉ ବେଳେ ତାତିଲେ ଲୋକେ। ପୁରୀ ଜିଲ୍ଲା ସତ୍ୟବାଦୀ ବିଲିପଡ଼ା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବରେ କରତ କଳ ଚାଲୁଥିଲା। ଖବରପାଇ ବନ ବିଭାଗ ଅଧିକାରୀ ଚଢାଉ କରିଥିଲେ । ଚଢଉ ସମୟରେ ବନ ବିଭାଗ କର୍ମଚାରୀ ମାନଙ୍କୁ ଗୋଡେଇ ଗୋଡେଇ କରତ କଳ ମାଲିକ ଲୋକ ପିଟିଥିବା ଅଭିଯୋଗ ହୋଇଛି।

att1 ମାଲିକଙ୍କ ନାଁରେ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଛି। ବନବିଭାଗର ଦୁଇ ଜଣ କର୍ମଚାରୀ ଏବେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତମାନେ ଫେରାର୍‌ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

You might also like