ନରି ପଣ୍ଡାଙ୍କୁ ଆକ୍ରମଣ, ଏତଲା ଆଧାରରେ ତଦନ୍ତ ଆରମ୍ଭ କଲା ବାଲିଚନ୍ଦ୍ରପୁର ପୋଲିସ

ଯାଜପୁର: ଯାତ୍ରା କଳାକାର ନରି ପଣ୍ଡାଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ତଦନ୍ତ ଆରମ୍ଭ ।  ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ରୁଜୁ ମାମଲାର ତଦନ୍ତ ଆରମ୍ଭ କଲା ବାଲିଚନ୍ଦ୍ରପୁର ପୋଲିସ ।  ଅନନ୍ତ ନାରାୟଣ ଧଳଙ୍କ ଅଫିସ ସିସିଟିଭି ଯାଞ୍ଚ କରିବା ସହ ଢାବାରେ ତଦନ୍ତ ଆରମ୍ଭ ହୋଇଛି ।

ଯେଉଁ ସିସି ଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ନରି ପଣ୍ଡା ଦାବି କରିଥିଲେ ଉକ୍ତ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି ପୋଲିସ । ନରି ପଣ୍ଡାଙ୍କ ପେ ସ୍ଲିପ୍ ସହ ଏଗ୍ରୀମେଣ୍ଟ ପେପରକୁ ତନଖି କରୁଛନ୍ତି ।  ଏହା ସହ ଢ଼ାବାର କର୍ମଚାରୀକୁ ଡାକି ବୟାନ ରେକର୍ଡ କରୁଛି ପୋଲିସ ।

ମାଲିକ ଅନନ୍ତ ନାରାୟଣଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହାସ୍ୟ ଅଭିନେତା ନରି ପଣ୍ଡା । ଯାତ୍ରା ମାଲିକ ତାଙ୍କୁ ପୂର୍ବରୁ ମାଡ ମାରିଥିବା ଏବଂ ତାଙ୍କ ପତ୍ନୀଙ୍କୁ ଫୋନରେ ଖରାପ ବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।

Also read : ବୟକଟ୍ ପରେ ବି ଅଫର: ଯଦି ନରି ପଣ୍ଡା ଆମ ଯାତ୍ରା ପାର୍ଟିକୁ ଆସନ୍ତି ଆମେ ସ୍ଵାଗତ କରିବୁ