ଘସିପୁରାରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା : ୮ ଗିରଫ

କେନ୍ଦୁଝର  :  ଘସିପୁରା ନିର୍ବାଚନ ମଣ୍ଡଳୀରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ୮ ଜଣ ଗିରଫ। ସେମାନଙ୍କୁ ଗିରଫ କରିଛି ରାମଚନ୍ଦ୍ରପୁର ଥାନା ପୋଲିସ। ଗତକାଲି ରାମଚନ୍ଦ୍ରପୁର ଥାନା ଭଣ୍ଡାରିପଡ଼ା ଛକ ନିକଟରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଅଭିଯୋଗ ହୋଇଥିଲା। ଏଥିରେ ପିସିସି ସଭାପତିଙ୍କ କିଛି ସମର୍ଥକ ଆହତ ହୋଇଥିଲେ। ସେମାନଙ୍କ ଗାଡ଼ି ଭଙ୍ଗାରୁଜା ମଧ୍ୟ କରାଯାଇଥିଲା। ଏହି ଘଟଣା ପରେ ନିରଞ୍ଜନ ପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.