ମହଙ୍ଗା ପଡିଲା ଡିଜେ କଟକଣା: କେନ୍ଦ୍ରାପଡ଼ାରେ ପାଟ୍ରୋଲିଂ ଗାଡି ଉପରକୁ ଆକ୍ରମଣ, ଏଏସ୍ଆଇଙ୍କ ସମେତ ୫ ପୋଲିସ୍ କର୍ମଚାରୀ ଆହତ
କେନ୍ଦ୍ରାପଡ଼ା(କେନ୍ୟୁଜ୍) : ପୋଲିସକୁ ମହଙ୍ଗା ପଡିଲା ଡିଜେ କଟକଣା। ପାଟ୍ରୋଲିଂ ବେଳେ ପୋଲିସ ଗାଡି ଉପରକୁ ଆକ୍ରମଣ। କେନ୍ଦ୍ରାପଡ଼ା ଜିଲ୍ଲା ନିଆଳ-ଗୌଡପାଟଣା ଛକରେ ପ୍ରାୟ ୪୦ଜଣ ଲୋକ ପାଟ୍ରୋଲିଂ ଗାଡି ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ଜଣେ ଏଏସ୍ଆଇଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗଣେସ ପୂଜା ଭସାଣବେଳ ଡିଜେ ନବଜାଇବା ପାଇଁ ଆଳି ପୋଲିସ ପକ୍ଷରୁ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦିଆୟାଇତିଲା। ଏହାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୋଲିସ କହିଛି। ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି।