ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ, ମହିଳା କନେଷ୍ଟବଳଙ୍କ ସମେତ ୪ ଆହତ

ଭଦ୍ରକ (କେନ୍ୟୁଜ): ପୋଲିସକୁ ଆକ୍ରମଣ । ଭଦ୍ରକ ସାବରଙ୍ଗ ଥାନା ଗୋରାମାଟି ପଞ୍ଚାୟତର ତୋରଣପଦା ଗାଁରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ । ଏଥିରେ ଜଣେ ମହିଳା କନେଷ୍ଟବଳଙ୍କ ସମେତ ୪ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି ।

ସୂଚନା ଅନୁସାରେ ଗତକାଲି ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ଗୋଟିଏ ପକ୍ଷର ଲୋକ ଏତଲା ଦେଇଥିଲେ । ଆଜି ସାବରଙ୍ଗ ପୋଲିସ ପକ୍ଷରୁ ୪ ଜଣିଆ ଟିମ ସେହି ଗାଁକୁ ଯାଇଥିଲା । ଏହି ସମୟରେ କରୁଣାକର ଓ ତାଙ୍କ ସମର୍ଥକ ମାନେ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.