ମାଟି ଚୋରିକୁ ବିରୋଧ କରିବାରୁ ଆକ୍ରମଣ ,୩ ଯୁବକ ଗୁରୁତର

ଭୁବନେଶ୍ବର: ମାଟି ଚୋରିକୁ ବିରୋଧ କରିବାରୁ ହାଣିଦେଲେ । ଆକ୍ରମଣରେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଜିତିକାଲ ସୁଆଁ ଗାଁରୁ ସୋମବାର ବିଳମ୍ବିତ ରାତିରେ ମାଟି ଚୋରି ହେଉଥିଲା । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଓ ଭୁଜାଲିରେ ହାଣି ପକାଇବା ସହ ପାଇପରେ ମାଡ଼ ମାରିଥିଲେ । ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଁଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ।  ଏହା ସହ ୨ଟି ବାଇକ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ : ସାରଥୀଙ୍କ ପୂଜାକୁ ବିରୋଧ, ଅଧାରୁ ବନ୍ଦ ହେଲା ପୂଜା