ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ, ୩ଜଣଙ୍କୁ ଅଟକ ରଖି ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ। ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯଦି ସଫାରୀ କର୍ମଚାରୀଙ୍କ ସଂପୃକ୍ତି ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଲାଇସେନ୍‌ସ ବି ବାତିଲ ହୋଇପାରେ। ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ବି ତଦନ୍ତ କରାଯିବ। ଗତକାଲି ପ୍ରାଣୀ ଉଦ୍ୟାନରେ ମୁହାଁମୁହିଁ ହୋଇଥିଲେ ପର୍ଯ୍ୟଟକ ଓ ସଫାରି କର୍ମଚାରୀ । ୨୦ରୁ ଉର୍ଦ୍ଧ୍ୱ ରାଜ୍ୟ ବାହାରର ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ସଫାରୀ ବୁକିଂ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ କିଛି ପର୍ଯ୍ୟଟକ ଆହତ ହୋଇଥିଲେ। ଏହାପରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିଲା। ଅଭିଯୋଗ ପରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.