ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବୈଦ୍ୟନାଥ ହୋଟେଲ ପଛ ପାଖରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୁତ୍ତଙ୍କ ଛୁରା ମାଡ । ଡ୍ରାଇଭର ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ଟିସ୍କୋ କର୍ମଚାରୀଙ୍କ ଦ୍ୱାରା ଟିସ୍କୋ ଡାକ୍ତର ଖାନାରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ ଜାମସେଦପୁର ଦିମିନା ଗ୍ରାମର ଟ୍ରଲର ଡ୍ରାଇଭର ଏକ ଟ୍ରଲର ଯୋଗେ ହାଇଦ୍ରାବାଦରୁ ଯୋଡ଼ା ଟିସ୍କୋ କମ୍ପାନୀକୁ ମାଲ ନେଇ ଆସୁଥିଲା । ବୈଦ୍ୟନାଥ ହୋଟେଲ ପଛ ପଟେ ଟ୍ରଲରଟି ଛିଡା ହୋଇଥିଲା । ଏହି ସମୟରେ କିଛି ଦୁର୍ବୁତ୍ତ ଡ୍ରାଇଭରକୁ ଚାନ୍ଦା ମାଗିଥିଲେ । ଚାନ୍ଦା ନ ଦେବାରୁ ଦୁର୍ବୁତ୍ତ ମାନେ କାଚ ଭାଙ୍ଗି ଡ୍ରାଇଭର କୁ ଶରୀରର ଚାରୋଟି ଜାଗାରେ ଛୁରା ମାଡ଼ କରିଥିବା କରିଛନ୍ତି । ଯୋଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.