ସାକ୍ଷୀଙ୍କୁ ଅଭିଯୁକ୍ତଙ୍କ ମାଡ଼ ଅଭିଯୋଗ, ପୋଲିସ୍‌ ସୁରକ୍ଷା ଲୋଡ଼ିଲେ ପରିବାର ଲୋକେ

ସାଲେପୁର (କେନ୍ୟୁଜ୍‌) : ସାକ୍ଷୀ ଦେଇ ଅଭିଯୁକ୍ତମାନଙ୍କ ଠାରୁ ମାଡ଼ ଖାଇଲେ । ଏବେ ସାକ୍ଷୀମାନେ ଛାନିଆ ହୋଇ ଥାନାରେ ଏତେଲା ଦେଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ର ରାଇସୁଙ୍ଗୁଡା ଠାରେ। ଗତ କିଛି ଦିନ ତଳେ ଏହି ଗାଁର ରବୀନ୍ଦ୍ର ମହାନ୍ତିଙ୍କର ସେହି ଗାଁର ଜଣେ ମହିଳାଙ୍କୁ ତାଙ୍କ ମୋବାଇଲ ଫୋନ୍‌ରୁ ମେସେଜ କରିଥିବା ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି କାରଣରୁ ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିଲା । ଏହି ଘଟଣା ଥାନାକୁ ଆସିବା ପରେ ମାଡ ମାରିଥିବା ବ୍ୟକ୍ତିମାନଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ତେବେ ଏହି ଘଟଣା ଏତିକିରେ ଥମି ନଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ଜେଲରୁ ଜାମିନ୍‌ରେ ଆସିବା ପରେ ସାକ୍ଷୀମାନଙ୍କ ଉପରେ ଆକ୍ରମଣ କରିଥିବା ନେଇ ପୁଣି ଥାନାରେ ଅଭିଯୋଗ ହୋଇଛି । ଅନ୍ୟ ପଟେ ରବୀନ୍ଦ୍ର ଓ ତାଙ୍କ ପତ୍ନୀ ଗାଁକୁ ଯାଇ ନପାରି ବାହାରେ ପିଲା ଛୁଆଙ୍କୁ ଛାଡ଼ି ରହୁଛନ୍ତି । ରବୀନ୍ଦ୍ର ଅଭିଯୋଗ କରିଛନ୍ତି ଯେ ଜେଲରୁ ବେଲ୍‌୍‌ରେ ଆସିବା ପରେ ରବୀନ୍ଦ୍ରଙ୍କ ପରିବାର ଓ ସାକ୍ଷୀମାନଙ୍କ ପରିବାର ଉପରେ ଆକ୍ରମଣ ହେଉଛି । ତେଣୁ ସେମାନେ ସାଲେପୁର ଥାନା ପୋଲିସ୍‌ର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.