ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଆଭିଯୋଗ, ଆହାତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବା ଘଟଣାକୁ ନେଇ ବାସୁଦେବପୁର ପ୍ରେସ କ୍ଲବ ପକ୍ଷରୁ କଷିଆ ସାମୁଦ୍ରିକ ଥାନାରେ କରିଛନ୍ତି ଅଭିଯୋଗ । ଗତକାଲି ମଧ୍ୟାହ୍ନରେ କିଛି ସାମ୍ବାଦିକ ନ୍ୟୁଜ ସଂଗ୍ରହ କରିବାକୁ ଯାଇ ଫେରୁଥିବା ରାସ୍ତାରେ ବିରସ ଛକରେ ଥିବା ଏକ ହୋଟେଲରେ ଖାଉ ଫେରୁଥିବା ସମୟରେ ଏକ ଶିକ୍ଷକ ସେହି ହୋଟେଲକୁ ଏକ ଯୁବକକୁ ନେଇ ଖାଇବାକୁ ଆସିଥିଲେ ।

ସେହି ସମୟ ମଧ୍ୟରେ ସାମ୍ବାଦିକ ସାର ବର୍ତ୍ତମାନ ବିଦ୍ୟାଳୟ ଛୁଟି ହେବା ସମୟ ହୋଇ ନାହିଁ କେମିତି ଆପଣ ବିଦ୍ୟାଳୟ ଛାଡି ଖାଇବାକୁ ଏତେବାଟ ଚାଲି ଆସିଲେ ବୋଲି ପଚାରନ୍ତେ ଶିକ୍ଷକଙ୍କ ସାଥିରେ ଆସିଥିବା ଜଣେ ଯୁବକ ଓ ଅନ୍ୟଜଣେ ମଦ୍ୟପ ଯୁବକ ରାଗିଯାଇ ସାମ୍ବାଦିକ ମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ହାତରେ ଧରିଥିବା ବାଇକର ଚାବି ମାଧ୍ୟମରେ ଅମର ନାରାୟଣ ମହାନ୍ତି ନାମକ ସାମ୍ବାଦିକଙ୍କ କାନକୁ ଭୁଷି ଦେଇଥିଲା । ଏଥିରେ ତାଙ୍କ କାନରୁ ରକ୍ତଶ୍ରାବ ହେବାରୁ ଅନ୍ୟ ସାମ୍ବାଦିକ ମାନେ ତାଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ଏନେଇ ବାସୁଦେବପୁର ପ୍ରେସକ୍ଲବ ପକ୍ଷରୁ କସିଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.