ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ଯୁବତୀଙ୍କୁ ଛୁରାମାଡ଼

ବ୍ରହ୍ମପୁର: ଯୁବତୀଙ୍କୁ ଛୁରାମାଡ଼। ବ୍ରହ୍ମପୁର ନିମଖଣ୍ଡି ଥାନା ବ୍ୟାଙ୍କ କଲୋନୀ ଷଷ୍ଠ ଲାଇନରେ ଯୁବତୀଙ୍କୁ ଛୁରୀ ମାଡ଼ ହୋଇଛି । ଆହତ ଯୁବତୀ ହେଲେ ଅଳଙ୍କା ମହାକୁଡ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯୁବକକୁ କାବୁ କଲା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ସେହିପରି ଆଜି ଜଗତସିଂହପୁରରେ ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଜଗତସିଂହପୁର କୁଜଙ୍ଗ ଥାନା ମଙ୍ଗରାଜପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମାକାନ୍ତ ବେହେରା ।
ଆହୁରି ପଢ଼ନ୍ତୁ : ଯୌତୁକ ଜୁଇରେ ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ