ପାଇକମାଲ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ପଦ୍ମପୁର (କେନ୍ୟୁଜ ): ପାଇକମାଲ ବଜାରରେ ବୁଲିଲା ଖଣ୍ଡା । ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ। ଖଣ୍ଡାରେ ଆକ୍ରମଣ କରିଥିବା ଖବର ମିଳିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାର ପୂର୍ବତନ କର୍ମଚାରୀ ଗୋପାଳ ସାଙ୍କୁ ଆଜି ସକାଳ ସମୟରେ ପାଇକମାଲ ବଜାରଠାରେ ଜଣେ ଅଜଣା ବ୍ୟକ୍ତି ଅତର୍କିତ ଭାବେ ଏକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୋପାଳଙ୍କ ବାମ ହାତ ଓ ଡାହାଣ ଗୋଡ଼ ଏବଂ ପିଠିରେ ଗଭୀର ଆଘାତ ହୋଇଛି। ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.