ନିଆଳିରେ ଦେଢଶୁରର ଉନ୍ମୁକ୍ତ କାଣ୍ଡ, ଜମିବାଡି ବିବାଦକୁ ନେଇ ଭୁଜାଲିରେ ହାଣିଲା ଭାଇବୋହୂକୁ

କଟକ: ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଭାଇ ବାହୁକୁ ଭୁଜାଲୀରେ ହାଣି ଲହୁ ଲୁହାଣ କରିଛି ଦେଢଶୂର। ଦୀର୍ଘଦିନ ହେବ ବଡ ଭାଇ ଗଣେଶ୍ବର ବାରିକ ଓ ସାନ ଭାଇ ଯୋଗେଶ୍ବର ବାରିକ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୧୦.୩୦ ବେଳେ ଭାଇବୋହୂ କାଦମ୍ବିନୀ ବାରିକଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ଦେଢଶୁର ଗଣେଶ୍ବର ବାରିକ ଭୁଜାଲୀରେ ଆକ୍ରମଣ କରିଥିଲା। ଯାହା ଫଳରେ କାଦମ୍ବିନୀଙ୍କ ବେକ ଓ ମୁହଁରେ ଗଭିର ଆଘାତ ଲାଗିଥିଲା। ଆକ୍ରମଣ ବେଳେ କାଦମ୍ବିନୀ ଜୋରରେ ଚିତ୍କାର କରିଥିବରୁ ଦେଢଶୁର ସେଠାରୁ ଫେରାର ହେଇଯାଇଥିଲେ। ଗୁରୁତର କାଦମ୍ବିନୀଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ପୋଲିସରେ ଅଭିଯୋଗ ପରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.