ଗୁଳିମାଡ଼ କରି ବିଜେଡି ଯୁବନେତାଙ୍କୁ ଅପହରଣ ଉଦ୍ୟମ,ଅଳ୍ପକେ ବର୍ତ୍ତିଗଲେ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଟାଉନ ଥାନା PWD କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଯୁବ ନେତାଙ୍କୁ ଅପହରଣ ଉଦ୍ୟମ । ବିଦ୍ୟୁତ କାଟ ସମୟରେ କାହ୍ନୁ ଚରଣ ସାହୁଙ୍କୁ ଅପହରଣ ଉଦ୍ୟମ । ୪ ଜଣ ଦୁର୍ବୃତ୍ତ ଅପହରଣ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ପରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।

ଗୁଳି ତାଙ୍କ ଦେହରେ ବାଜି ନଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ କାହ୍ନୁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପୂର୍ବରୁ ଅକ୍ଟୋବର ୧୮ ତାରିଖରେ କାମାକ୍ଷାନଗରରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.