ରାୟଗଡ଼ାରେ ଚାଞ୍ଚଲ୍ୟ: ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା

ରାୟଗଡା: ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ । ପ୍ରେମିକ ମୃତ ପ୍ରେମିକା ଗୁରୁତର । ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗ୍ରାମ ନିକଟରେ । କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲସିଂ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଲସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥଲେ ।  ଫଳରେ ଘଟଣା ସ୍ଥଳରେ ମଙ୍ଗଲସିଂ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ।

ସୂଚନା ମୁତାବକ ଏହି ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ଥିଲେ ।  କିନ୍ତୁ ସପ୍ତାହ ପୁର୍ବରୁ ଗାଁକୁ ଆସିଥିଲେ। ଝିଅ ନିଜ ବାପଘରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା ।  ମଙ୍ଗଳୁ ଅଡାଜୋର୍ ଆସି ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଅଡାଜୋର୍ ନିକଟରେ ଝିଅର ବାପା ବିଜୟ ଆକ୍ରମଣ କରିଥିଲା ।  ଫଳରେ ଘଟଣା ସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ବର୍ତ୍ତମାନ କାଶୀପୁର ଥାନାରୁ ଏକ ଟିମ୍ ଯାଇ ତଦନ୍ତ କରୁଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like