ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନିଆରା ଅନ୍ଦାଜ, ଗାଁ ଲୋକଙ୍କ ସହ ମିଶି ବଜାଇଲେ ମୃଦଙ୍ଗ ଓ ଝାଞ୍ଜ

ଅନୁଗୁଳ(କେନ୍ୟୁଜ୍):  ସଂକୀର୍ତ୍ତନ କଲେ ବିଧାୟକ। ଗାଁ ଲୋକଙ୍କ ସହ ମିଶି ବଜାଇଲେ ମୃଦଙ୍ଗ ଓ ଝାଞ୍ଜ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଏଭଳି ଅବତାରରେ ନଜର ଆସିଥିଲେ। ହରେ କୃଷ୍ଣ ହରେ ରାମ ନାମ ଜପ କରିବା ସହ ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ମହିଳାଙ୍କ ସହ ମିଶି ନାମ ସଂକୀର୍ତ୍ତନ କରିଥିଲେ। ଅନୁଗୁଳ ଜିଲ୍ଲା ଇଚ୍ଛାପୁର ଗାଁରେ ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ଯୋଗ ଦେଇଥିଲେ ବିଧାୟକ ରମେଶ ସାଏ। ବିଧାୟକ ହେବା ପରେ ଲୋକଙ୍କ ସମସ୍ୟା ସହ ସବୁବେଳେ ଯୋଡ଼ି ହେଉଛନ୍ତି ରମେଶ ସାଏ। ପୂର୍ବରୁ ନିଜ ବିଲରେ ହଳ କରି ଚର୍ଚ୍ଚାକୁ ଆସିଥିଲେ ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.