ଲକ୍ଷାଧିକ ଟଙ୍କା ସହ ଭିଜିଲାନ୍ସ ଜାଲରେ ଧରାପଡିଲେ ଅଡିଟ୍ ଅଫିସର

ମାଲକାନଗିରି (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଅଡିଟ୍ ଅଫିସର। ଲକ୍ଷାଧିକ ଟଙ୍କା ନେଇ ଯାଉଥିବାବେଳେ ଧାରପଡିଲେ ଅନୁସୂଚିତ ଜାତି ଜନଜାତି ବିଭାଗର ଅଡିଟ ଅଫିସର ଆର୍ତ୍ତବନ୍ଧୁ ରାଉତ। ତାଙ୍କ ପାଖରୁ ୭ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। ମାଲକାନଗିରି ଆଇଟିଡିଏରୁ ଅଡିଟ ଶେଷ କରି ଫେରୁଥିଲେ। ତାଙ୍କ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଖବର ପାଇ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା।

moneyତେବେ ଜବତ ଟଙ୍କା ନେଇ ଆର୍ତ୍ତବନ୍ଧୁ କୌଣସି ସଠିକ୍ ତଥ୍ୟ ଦେଇପାରୁନାହାଁନ୍ତି। ଆର୍ତ୍ତବନ୍ଧୁଙ୍କ ଘର ନିଆଳିରେ। ତାଙ୍କୁ ଅଟକର ରଖି ପଚରାଉଚରା ଚାଲିଥିବାବେଳେ ଆବଶ୍ୟକ ପଡିଲେ ତାଙ୍କର ଅନ୍ୟ ବାସସ୍ଥାନରେ ଚଢାଉ କରାଯିବ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like