ଶ୍ୱେତପତ୍ରରେ ତଥ୍ୟ, ୨୦୨୧ରେ ବୃଦ୍ଧି ପାଇଛି ସିନ୍ଧି ଚୋରି

କେନ୍ୟୁଜ୍(ବ୍ୟୁରୋ):ଗୃହ ବିଭାଗର ଶ୍ୱେତ ପତ୍ର ବିଧାନ ସଭାରେ ଉପସ୍ଥାପନ କରାଯାଇଛି। ଏଥିରେ ୨୦୨୧ରେ ଅପରାଧ ୧୫  ପ୍ରତିଶତ ବଢିଛି। ଦୁଷ୍କର୍ମ ଓ ଡକାୟତି ସଂଖ୍ୟା ବଢିଛି। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଅପରାଧ ହାର ଓଡ଼ିଶାରେ କମ ରହିଛି। ଆଇଶୃଙ୍ଖଳା, ମାଓଦମନ କ୍ଷେତ୍ରରେ ପୋଲିସ୍ ବେଶ ସଫଳ ହୋଇଛି। ସେହିପରି ରାଜ୍ୟରେ କିଛି ବଡ ଧରଣର ସାମ୍ପ୍ରଦୟିକ ହିଂସକାଣ୍ଡ ହୋଇ ନଥିବାବେଳେ ଛାତ୍ର ଅଶାନ୍ତି ମଧ୍ଯ ଦେଖା ଦେଇନାହିଁ। କୋଭିଡ୍ ନିୟନ୍ତ୍ରଣ ଓ ennforcement କ୍ଷେତ୍ରରେ ମଧ୍ୟ ପୁଲିସ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି।

୨୦୨୧ ରେ ହତ୍ୟା,ଲୁଣ୍ଠନ ଓ ଠକେଇ ହ୍ରାସ ପାଇଥିବା ବେଳେ ସିନ୍ଧି ଚୋରି ବୃଦ୍ଧି ପାଇଛି। ଏହା ସହ ରାଜ୍ୟ ମାଓ ହିଂସା ହ୍ରାସ ପାଇଛି। ମାଓ ପ୍ରଭାବିତ ୧୦ଟି ଜିଲାରେ ବିକାଶ ତ୍ୱରାନ୍ୱିତ ହୋଇଛି। ଗତବର୍ଷ 21 ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ପୋଲିସ ଓ ମାଓ ଗୁଳିବିନିମୟ ରେ 7 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରୁ ଏହା ସାମ୍ନାକୁ ଆସିଛି। ସେପଟେ ବିରୋଧୀ କହିଛନ୍ତି,ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। 2020 ତୁଳନାରେ 2021ରେ ଏ ମାମଲା ମଧ୍ୟ ବଢିଛି। ସାମଗ୍ରିକ ଭାବେ ରାଜ୍ୟର ଅପରାଧିକ ହାର ବଢିଛି।

ଆଜି ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଶ୍ୱେତ ବିଭାଗର ଏ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରେ ସରକାର ତଥ୍ୟ ଲୁଚାଇଛନ୍ତି। ଦୁଷ୍କର୍ମ ଭଳି ଧର୍ତ୍ତଵ୍ୟ ଅପରାଧ ବଢ଼ି ଚାଲିଛି। ଦିନକୁ 9ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ନିଖୋଜ ଘଟଣା ବଢ଼ି ବଢ଼ି ଚାଲିଛି, ତାକୁ ରାଜ୍ୟ ସରକାର ଶ୍ୱେତପତ୍ରରେ ଉଲ୍ଲେଖ କରିନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ସେହିପରି ବିଜେପି କହିଛି,ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡିଛି। ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ରାଜ୍ୟ ସରକାରଙ୍କ ହାର ଚିନ୍ତାଜନକ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଯିଏ ବି ଦୋଷୀ ହେଇଥାଉ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟରେ ଦଣ୍ଡବିଧାନ ହାର ମଧ୍ୟ ଭଲ ରହିଛି ବୋଲି ଶାସକ ଦଳ କହିଛି।

ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ରଖିଲେ ବିବୃତ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ମାଓବାଦୀ କାର୍ଯ୍ୟକଳାପ କମିଛି। ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି। 730 ASI,SI ପଦବୀ ପୂରଣ ହେବ। ଅର୍ଥନୈତିକ ଅପରାଧ ରୋକିବା ପାଇଁ 50ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଟ୍ରାନ୍ସଜେଣ୍ଡର ମାନଙ୍କୁ ଏସଆଇ ପଦବୀରେ ନିଯୁକ୍ତି ଦିଆଯାଇଛି। ପଞ୍ଚାୟତ,ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.