ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଘୋଟାଲା, ଗ୍ରାହକଙ୍କୁ ବିକ୍ରି କରାଯାଉଛି ଅପମିଶ୍ରିତ ତେଲ

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ପମ୍ପରେ ଘୋଟାଲା । ଗ୍ରାହକଙ୍କୁ ବିକ୍ରି କରାଯାଉଛି ଅପମିଶ୍ରିତ ତେଲ । ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଏକ ପେଟ୍ରୋଲ ପମ୍ପ ନାଁରେ ଏଭଳି ଅଭିଯୋଗ ଆସିଛି । ଏହାକୁ ନେଇ ପେଟ୍ରୋଲ ପମ୍ପ ନିକଟରେ ଉତ୍ତେଜନା ଦେଖାଦେଇଛି । ଅଭିଯୋଗ ହୋଇଛି, ତେଲରେ ପାଣି ମିଶାଯାଉଛି ।

ପେଟ୍ରୋଲ ପମ୍ପରେ ତେଲ ପକାଇବା ପରେ ଦୁଇ ତିନି କିଲୋମିଟର ପରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇ ଯାଉଛି । ଟାଙ୍କି ଭିତରେ ତେଲ ବଦଳରେ ପାଣି ଥିବା ଅଭିଯୋଗ କରିଛନ୍ତି ଲୋକ ।