ରାଜ୍ୟ

ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଉତ୍ତରକାଶୀ ପଠାଗଲା ଅଗର ମେସିନ୍

ସମ୍ବଲପୁର(କେନ୍ୟୁଜ୍):  ଗତ ୧୩ ଦିନ ହେବ ପ୍ରତିଟି ମୁହୂର୍ତ୍ତରେ ଉତ୍ତରାଖଣ୍ଡର ଉତ୍ତରକାସି ଟନେଲରେ ଫଇସିଥିବା ଶ୍ରମିକଙ୍କୁ ନେଇ ଖବର ବାରମ୍ବାର ପ୍ରକାଶ ହେଉଛି । ତେବେ ଗତ ୪ ଦିନ ହେବ ପ୍ରତିଦିନ ଖବର ଆସୁଛି କି ଆଜି ହିଁ ଉଦ୍ଧାର ହେବେ ଶ୍ରମିକ, କିନ୍ତୁ ଅନେକ ପ୍ରତିବନ୍ଧକ କାରଣରୁ ସଫଳ ହୋଇପାରୁନାହାନ୍ତି ଉଦ୍ଦଶରକାରୀ ଦଳ । ତଥାପି ପ୍ରାଣ ପ୍ରଣେ ଚେଷ୍ଟା ଜାରି ରଖିଛନ୍ତି ।

କହିବାକୁ ଗଲେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ଦେଖିବେ ଶ୍ରମିକ। ଉଦ୍ଧାର କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ଯ୍ୟରେ ପ୍ରତିବନ୍ଧକ ଯୋଗୁଁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଛି। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଖନନ ଶେଷ ହୋଇଥିଲା। କିନ୍ତୁ ହଠାତ୍ ୪ଟି ବଡ଼ ଲୁହା ରଡ୍ ପଡ଼ିବା ଯୋଗୁ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯାଇଥିଲା । ଡ୍ରିଲିଂ ଶେଷ ହେବା ପରେ ବଡ଼ ପାଇପ୍ ଦେଇ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ବାହାରକୁ ଅଣାଯିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଉତ୍ତରକାଶୀ ରେସକ୍ୟୁ ଅପରେସନ୍।

ତେବେ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯିବା ପରେ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି । ବ୍ଲେଡ୍ ସଜଡା କାମ ଚାଲିଛି । ଏପଟେ ଏହି ରେସକ୍ୟୁ ଅପରେସନ୍ ସମୟରେ ପ୍ରାୟ ୩ ଥର ଭାଙ୍ଗିଲାଣି ଏହି ଅଗର ମେସିନ୍। ତେବେ ଯାହା ସୂଚନା ମିଳିଛି କି, ସମ୍ବଲପୁରରୁ ପଠାଯାଇଛି ଏକ ଅଗର ମେସିନ୍। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ସହାୟକ ହୋଇଥିବା ଅଗର ମେସିନ୍ ଓଡିଶାର ସମ୍ବଲପୁରରୁ ଯାଇଛି।

ସୁଡ଼ଙ୍ଗ କରୁଥିବା ଏହି ଅତ୍ୟାଧୁନିକ ମେସିନକୁ ଗ୍ରୀନ କରିଡ଼ ଦ୍ବାରା ଉତ୍ତରକାଶୀ ପଠାଯାଇଛି। ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନକୁ ଖଣ୍ଡଖଣ୍ଡ କରି ପଠାଯାଇଛି। ସମ୍ବଲପୁରରୁ ରାୟପୁର, ଗ୍ବାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର ହୋଇଛି। ଏହି ମେସିନ୍ ପହଞ୍ଚିବା ପୂର୍ବରୁ ଗୁଜରାଟ ଭଲସାଦରୁ ଆସିଥିବା ଆମେରିକୀୟ ଅଗର ମେସିନ କାମ କରୁଥିଲା। ଏବେ ସମ୍ବଲପୁରରୁ ଉତ୍ତରକାଶୀ ଯାଇଥିବା ଅଗର ମେସିନ୍ ଆମେରିକୀୟ ଅଗର ମେସିନ ଠାରୁ ଅଧିକ ଶକ୍ତିଶାଳୀ। ୨୧ ତାରିଖ ଦିନ ସମ୍ବଲପୁରରୁ ରେଳ ଦ୍ବାରା ପଠାଯାଇଛି। ସମ୍ବଲପୁର ହୀରାକୁଦ ହିଣ୍ଡାଲକୋରେ ଏହି ମେସିନଟି ଥିବା ଜଣାପଡ଼ିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା। ଗ୍ରୀନ କରିଡ଼ କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏବେ ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଡ୍ରୋନର ବି ସହାୟତା ନିଆଯାଇଛି। ସୁଡଙ୍ଗ ଭିତରକୁ ପଠାଯାଇଛି ଡ୍ରୋନ୍। ବେଙ୍ଗାଳୁରୁରୁ ଏହି ଡ୍ରୋନ ଆସିଛି। ସୁଡ଼ଙ୍ଗ ଭିତରେ କ’ଣ ସମସ୍ୟା ରହିଛି ସେନେଇ ଅବଗତ କରାଇବ ଡ୍ରୋନ୍ ।

ଏପଟେ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଟନେଲ ମଧ୍ୟକୁ ଡ୍ରିଲିଂ ଦ୍ବାରା ବିଭିନ୍ନ ଦିଗରୁ ପାଇପ ଭିତରକୁ ନିଆଯାଉଛି। ଗତକାଲି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯିବା ସହିତ ପ୍ରାୟ ୩୯ ମିଟର ଭିତରକୁ ପାଇପ ପ୍ରବେଶ କରିସାରିଥିଲାବେଳେ ଶ୍ରମିକମାନେ ଫସି ରହିଥିବା ସ୍ଥାନଠାରୁ ମାତ୍ର ୧୨ ମିଟର ଦୂରରେ ପାଇପ ରହିଥିଲା। ବର୍ତ୍ତମାନ ସୁଦ୍ଧା ୪୮ ମିଟର ଭିତରକୁ ଡ୍ରିଲିଂ କରାଯାଇସାରିଥିବାବେଳେ ଆଉ ମାତ୍ର ୧୦ ମିଟର ଡ୍ରିଲିଂ କାର୍ଯ୍ୟ ବାକି ରହିଛି। ଡ୍ରିଲିଂ କାମ ଶେଷ ହେବା କ୍ଷଣି ଶ୍ରମିକମାନଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି NDRF ଡିଜି କହିଛନ୍ତି।

ଟନେଲ ବାହାରେ ପ୍ରତୀକ୍ଷା କରିଛି ୪୧ଟି ଆମ୍ବୁଲାନ୍ସ। ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲକୁ ନିଆଯିବ। ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ୪୧ଟି ବେଡ୍ ସହ ହସ୍ପିଟାଲ ବି ପ୍ରସ୍ତୁତ ରହିଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୧୩ ଦିନ ଧରି ଉତ୍ତରକାଶୀ ଟନେଲ ଭିତରେ ସଂଘର୍ଷ କରୁଛନ୍ତି ୪୧ ଜଣ ଶ୍ରମିକ।

Sonalisa

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago