ବୟସର ଅପରାହ୍ନରେ ନିରଞ୍ଜନ, କିନ୍ତୁ ନାଁ ଅଛି ଘର ନାଁ ଅଛି ସରକାରୀ ସୁବିଧା
କେଉଁଠି ମାଟି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଚାଳ ଛପର ନଇଁ ପଡ଼ିଲାଣି। ଆଉ ଏହି ଚାଳ ଛପର ଘରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାବଳି ଗାଁର ଅସହାୟ ଭାଗିରଥୀ ଦାସ। ପ୍ରଥମେ ପୁଅ ଓ ପରେ ପରେ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ସେ ଅସହାୟ ଭାବେ ଏହି ଘରେ ରହିଆସୁଛନ୍ତି ।

ଆଳି (କେନ୍ୟୁଜ) : ଚାଳ ଛପର ଘର। କେଉଁଠି ମାଟି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଚାଳ ଛପର ନଇଁ ପଡ଼ିଲାଣି। ଆଉ ଏହି ଚାଳ ଛପର ଘରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାବଳି ଗାଁର ଅସହାୟ ଭାଗିରଥୀ ଦାସ। ପ୍ରଥମେ ପୁଅ ଓ ପରେ ପରେ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ସେ ଅସହାୟ ଭାବେ ଏହି ଘରେ ରହିଆସୁଛନ୍ତି । ଯାହା ମୂଲ ଲାଗି ରୋଜଗାର କରନ୍ତି ସେଥିରେ ନିଜେ ରୋଷେଇ କରି ପେଟକୁ ଗଣ୍ଡେ ଆହାର ନିଅନ୍ତି । ହେଲେ ସେ ରହିଆସୁଛନ୍ତି ଘରଟିଏ ଭାଙ୍ଗି ରୁଜି ଯାଇଥିବାରୁ ବର୍ଷା ଦିନେ ଘର ଭିତରକୁ ପାଣି ପଶୁଛି । ଫଳରେ ସେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି ।
ଗରିବ ଓ ଅସହାୟ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବସ ଯୋଜନା। ହେଲେ ତଳସ୍ତରରେ ଏମିତି ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ବର୍ଷବର୍ଷ ଧରି ପକ୍କାଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତି ଜଣେ ଗରିବ ଅସହାୟ ବୃଦ୍ଧ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାବଳି ଗାଁର ଭାଗିରଥୀ ଦାସ । ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନକରି ମଧ୍ୟ ସେ ନିରାଶ ହୋଇଛନ୍ତି । ଫଳରେ ଭଙ୍ଗା ଦଦରା ଚାଳ ଛପର ଘରେ ଦିନ କାଟୁଛନ୍ତି। ପକ୍କାଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ଆବେଦନ କରିଆସୁଥିଲେ ମଧ୍ୟ ଜାଣିଶୁଣି ତାଙ୍କ ନାଁକୁ କାଟିଦିଆଯାଉଛି ବୋଲି ଭାଗିରଥୀ ଅଭିଯୋଗ କରିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କାହିଁକି ଭାଗିରଥୀଙ୍କୁ ମିଳୁନି ପକ୍କାଘର। ୨୦୧୧ ଜନ ଗଣନା ସର୍ଭେ ତାଲିକାରେ ଚାଳଘର ଥିବା ସତ୍ୱେ କାହିଁକି ଯୋଗ୍ୟ ହିତାଧିକାରୀ ତାଲିକାରେ ରହୁନି ନାଁ, ବାରମ୍ବାର ଘର ପାଇଁ ଆବେଦନ କରିଥିଲେ ମଧ୍ୟ କାହିଁକି ତାଙ୍କ ନାଁକୁ କାଟି ଦିଆଯାଉଛି । ଯାହାକୁ ନେଇ ଆବସ ବଣ୍ଟନ ପକ୍ରିୟାର ସ୍ୱଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଆଳି ବିଡ଼ିଓ କହିଛନ୍ତି ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ପକ୍କା ଘର ଯୋଗାଇ ଦିଆଯିବ ।ଅସହାୟ ଭାଗିରଥୀଙ୍କୁ ଖୁବଶୀଘ୍ର ପକ୍କା ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦାବି ହୋଇଛି।