ଭାଙ୍ଗିଲା ଆଉଁଳି ନଦୀର ମୁଖ୍ୟ କେନାଲ, ତଳ ମୁଣ୍ଡ ଗାଁ ଜଳାର୍ଣ୍ଣବ

ଭାଙ୍ଗିଲା ଆଉଁଳି ନଦୀ ର ମୁଖ୍ୟ କେନାଲ  | କେନାଲ ଭାଙ୍ଗିବା ଫଳରେ ଚାରିଆଡେ ଜଳାର୍ଣ୍ଣବ ପରିସ୍ଥିତି  | ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ କର୍ଣ୍ଣପାଳ ଗାଁରେ ଭାଙ୍ଗିଗଲା ଆଉଁଳୀ ନଦୀର ମୁଖ୍ୟ କେନାଲ | କେନାଲ ଭାଙ୍ଗିବା ଫଳରେ , ୨୫ ଫୁଟ୍ ର ହୋଇଛି ଘାଇ  |  ତଳ ମୁଣ୍ଡରେ ଥିବା ଗାଁରେ ଜଳାର୍ଣ୍ଣବ ପରିସ୍ଥିତି |  ଏହାର ପ୍ରଭାବରେ ପ୍ରଭାବିତ ହୋଇଛି ଏକର ଏକର ଧାନ ଫସଲ ଓ ପରିବା  ଚାଷ |  ପରିବା ଓ ଧାନ ଫସଲ  ହୋଇଛି ବାଲିଚର । ଗାଁର 120 ପରିବାର ଜଳାର୍ଣ୍ଣବ ପରିସ୍ଥିତି ଭିତରେ ଥିବା ଜଣାପଡ଼ିଛି  | ସେପଟେ ଏ ଘଟଣା ପରେ ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜଳସେଚନ ବିଭାଗର କେହି ଅଧିକାରୀ ପହଂଚିନଥିବା ଅଭିଯୋଗ ହୋଇଛି  |  ଫଳରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି |