ମୋହନା : ଘାଟିରେ ଓଲଟିଲା ଅଟୋ, ୧୦ ଆହତ ଓ ୩ ଗୁରୁତର

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ଆର୍‌. ଉଦୟଗିରି ଥାନା ଵସ୍ତ୍ରୀଗୁଡା ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଲା । ଫଳରେ ଅଟୋରେ ଯାତ୍ରା କରୁଥୁବା ୧୨ ଜଣ ଲୋକଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆହତମାନଙ୍କୁ ଆର୍‌. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

AUTO ACCIDENT-2

ତେବେ ଗୁରୁତର ୩ ଜଣଙ୍କୁ ପାରଳାଖେମୁଣ୍ଡି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ହାଟରୁ ଲୋକମାନେ ଘରକୁ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଦୁର୍ଘଟଣା ଗ୍ରସ୍ତ ଅଟୋଟିକୁ ଜବତ କରି ତଦନ୍ତ କରୁଛି । ଆହତ ବ୍ୟକ୍ତିମାନେ ବାଦପୁର, ଅଞ୍ଜଳି ଏବଂ ଵସ୍ତ୍ରୀଗୁଡା ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.