ଅଜଣା ଗାଡି ସହ ଅଟୋ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ ମା’ ସହିତ ୩ ନାବାଳିକା

କେନ୍ଦୁଝର: ଓଡିଶା ସୀମା ଚମ୍ପୁଆ ନିକଟ ଝାଡ଼ଖଣ୍ଡ ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛଣପଦା ନିକଟରେ ଯାତ୍ରୀ ବାହି ଅଟୋକୁ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଟୋ ଚାଳକ ଗୁରୁତର ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲା ବେଳେ ଅଟୋ ବସିଥିବା ମା ସହିତ ୩ ନାବାଳିକା ଅଳ୍ପକେ ବର୍ତିଯାଇଛନ୍ତି । ଆହତ ସମସ୍ତଙ୍କୁ ତୁରନ୍ତ ଚମ୍ପୁଆ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଅଟୋ ଚାଳକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ସମସ୍ତଙ୍କ ପରିଚୟ ମିଳିଥିବାବେଳେ ଅଟୋରେ ବସିଥିବା ୩ ନାବାଳିକା ସଗୁନ ଭିଆଜ(୧୨), ସାଗୁଫା ସାଦନ ବୟସ(୧୦), ସାଜିଆ ପରବୀନ ବୟସ(୫) ତିନି ଜଣ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.