ଅଧାରେ ରହିଗଲା ଜଗା ଦର୍ଶନ: ଅଟୋକୁ ପିଟିଲା ଅଜଣା ଗାଡ଼ି, ୨ ମୃତ; ୫ ଗୁରୁତର

ଅଧାରେ ରହିଗଲା ଜଗା ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ପିଟିଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ମୃତ, ୫ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଯାଜପୁର (କେନ୍ୟୁଜ): ଅଧାରେ ରହିଗଲା ଜଗା ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ପିଟିଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ମୃତ, ୫ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଯାଜପୁର ଟାଉନ ୧୬ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଶର୍ମାଟାଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ଜଗନ୍ନାଥ ଦର୍ଶନ ପାଇଁ ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ସମୟରେ ଅଜଣା ଗାଡ଼ି ପିଟି ଦେଇଥିଲା। ୨ ମୃତକ ଭଦ୍ରକ ଜିଲ୍ଲା ସାହାପଡ଼ା ଗାଁ ପାଟଣାସାହିର ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.