ଭାରସାମ୍ୟ ହରାଇ ଓଲଟିଲା ଅଟୋ,୫ ଗୁରୁତର

ଦିଗପହଣ୍ଡି(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି – ଅନଙ୍ଗପୁର ରାସ୍ତା ରେ ଅଟୋ ଦୁର୍ଘଟଣା ଘଟି ସାତ ଜଣ ଆହତ ହୋଇଛନ୍ତି l ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ କେସିଜିକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l

ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଅଟୋ ଯାତ୍ରୀ ଙ୍କୁ ନେଇ ଦ୍ରୁତ ଗତିରେ ଆସୁଥିବା ବେଳେ ଅନଙ୍ଗପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ମେଡିକାଲକୁ ଅଣା ଯାଇଥିଲା l ଏନେଇ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି l

 

You might also like