ସ୍କୁଟିକୁ ଧକ୍କା ଦେଇ ଓଲଟିଲା ଅଟୋ, ଅଟୋ ଚାଳକ ମୃତ

ବେଗୁନିଆ : ସ୍କୁଟିକୁ ଧକ୍କା ଦେଇ ଓଲଟିଲା ଅଟୋ। ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବାଘମାରି ସାରୁଅ ମଝିରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅଟୋ ଡ୍ରାଇଭର ସୁବାସ ପ୍ରଧାନ। ଘର ବାଙ୍କୀ ବ୍ଲକର ପଶାଣିଆ ଗ୍ରାମରେ ବୋଲି ଜଣ ପଡିଛି। ସୁବାସ ନିଜ ଗାଁରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ସ୍କୁଟି ସହିତ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକ ଉଭୟ ସ୍କୁଟି ଚାଳକ ଏବଂ ଅଟୋ ଚାଳକଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ପଠାଇଥିବା ବେଳେ ଅଟୋ ଚାଳକ ମୃତ୍ୟୁ ଘଟିଛି।