ଭାରସାମ୍ୟ ହରେଇ ଘାଟିରେ ଓଲଟିଲା ଅଟୋ, ୧୫ ମହିଳା ଆହତ

ବାଲିଗୁଡା : ଭାରସାମ୍ୟ ହରେଇ ଘାଟିରେ ଓଲଟିଲା ଡାଲା ଅଟୋ l ତୁମୁଡିବନ୍ଧ ଥାନା ପ୍ରାଲକି ପଦର ଘାଟିରେ ଘଟିଛି ଦୁର୍ଘଟଣା l ଦୁର୍ଘଟଣାରେ ଡାଲା ଅଟୋରେ ଥିବା ୨ ଗୋଟି ଏସ.ଏଚ.ଜି ଗ୍ରୁପର ୧୫ ମହିଳା ଆହତ ହୋଇଛନ୍ତି l ସମସ୍ତ ଆହତ ମହିଳାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l
ବେଲଘର ଟିଡି ପଦର ଅଂଚଳର ମହିଳା ଗୋଷ୍ଠୀର ସଦସ୍ୟ ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା l ପ୍ରାଲକି ପଦର ଘାଟିରେ ଡ୍ରାଇଭର ବୁଲାଣିରେ କାଟି ପାରିନଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ l