ଅନଲାଇନ ଅଟୋ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ, ପୋଲିସ ଡିଜିଙ୍କ ସହ ବୈଠକ ପରେ ନିଷ୍ପତ୍ତି

ଆନ୍ଦୋଳନ ପ୍ରତ୍ୟାହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା । ସେହିପରି ଯେଉଁ ଯେଉଁ ସ୍ଥାନରେ ଗତକାଲି ଦୁର୍ବ୍ୟବହାର ହୋଇଥିଲା । ସେନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ।

ଭୁବନେଶ୍ୱର (କେନ୍ୟୁଜ): ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା । ସେହିପରି ଯେଉଁ ଯେଉଁ ସ୍ଥାନରେ ଗତକାଲି ଦୁର୍ବ୍ୟବହାର ହୋଇଥିଲା । ସେନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ।

ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି । ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି ।

ସୂଚନା ଅନୁଯାୟୀ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଆଜି ଲୋୟର ପିଏମଜିରେ ବିକ୍ଷୋଭ କରାଯାଇଥିଲା । ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଆନ୍ଦୋଳନ ଚାଲୁରଖିଥିଲେ ।

ଶେଷରେ ଆଜି ପୋଲିସ ଡିଜି ଏବଂ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ଏହି ବୈଠକରେ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.