ଧୂୃଆଁରେ ଘରଚଟିଆ ତିଆରି କରି ସଚେତନ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟନାରାୟଣ
ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖକୁ ‘ବିଶ୍ୱ ଘରଚଟିଆ ଦିବସ’ ରୁପେ ପାଳନ କରାଯାଏ। ଘରଚଟିଆର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଦିନଟି ସମର୍ପିତ। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ହେଉଛି ଆମ ଦାୟିତ୍ୱ। ଏବେ ଜନସଚେତନତା କାରଣରୁ ବିଲୁପ୍ତ ଘର ଚଟିଆ ପକ୍ଷୀର ରାବ ପୁଣି ଥରେ ଗାଁରେ ମୁଖରିତ ହେଉଛି। ଏମାନଙ୍କର ସୁରକ୍ଷା ପାଇଁ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଅନୁରୋଧ କରିଛନ୍ତି।
ଧୂଆଁରେ ଘରଚଟିଆ ତିଆରି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ପକ୍ଷୀମାନଙ୍କ ସୁରକ୍ଷା ସହ ଗ୍ରୀଷ୍ମ ଋତୁରେ ତାତିରୁ ରକ୍ଷା କିପରି କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ସେ କହିଛନ୍ତି। ତୃଷ୍ଣାରେ ଜୀବଜଗତ ଆଉଟୁପାଉଟୁ ହେଉଥିବା ବେଳେ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଜଳପୂର୍ଣ୍ଣ ପାତ୍ର ରଖି ପକ୍ଷୀ ଜଗତକୁ ସୁରକ୍ଷା ଦେବା ପାଇଁ କହିଛନ୍ତି ସେ।