ରାଜ୍ୟ

ଖୋର୍ଦ୍ଧା: ଛତାବରକୁ ବର୍ଷେ ପାଇଁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲା ଆୟୁଷ ବିଭାଗ, ଲୋକଙ୍କୁ ମିଳିବ ମାଗଣା ଔଷଧ

ଭୁବନେଶ୍ବର(କେନ୍ୟୁଜ୍): ଖେର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧୀନସ୍ଥ ଛତାବର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୁଷଗ୍ରାମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଜାତୀୟ ଆୟୁଷ ମିଶନ ଆନୁକୁଲ୍ୟରେ ଏବଂ ପୂର୍ବଞ୍ଚଳ ମଣ୍ଡଳ ଜିଲ୍ଳା ଆୟୁର୍ବେଦ ଚିକିତ୍ସାଧିକାରୀ, ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଏହି ଗ୍ରାମପଞ୍ଚାୟତରେ ଏହି କାର୍ଯ୍ୟକ୍ରମଟି ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧିନରେ ବିଭିନ୍ନ ପ୍ରକାର ଆୟୁଷ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆଗାମୀ ଏକବର୍ଷ ନିମନ୍ତେ ଏହି ପଞ୍ଚାୟତରେ ସଂପାଦିତ ହେବ। ଏଥିରେ ଆୟୁଷ ସ୍ୱାସ୍ଥ୍ୟସେବା, ନିଃଶୁଳ୍କ ହୋମିଓପ୍ୟାଥି ଓ ଆୟୁର୍ବେଦ ଔଷଧ ବିତରଣ, ରକ୍ତ ପରିକ୍ଷା, ଯୋଗ ପ୍ରଶିକ୍ଷଣ, ଔଷଧିୟ ବୃକ୍ଷ ବଣ୍ଟନ, ବୃକ୍ଷ ରୋପଣ, ଔଷଧିୟ ଉଦ୍ୟାନ ପ୍ରତିଷ୍ଠା, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସାଧାରଣ ଗୁଳ୍ମ ଏବଂ ଘରୋଇ ଔଷଧର ବ୍ୟବହାର ସମ୍ପର୍କରେ ସଚେତନତା ଇତ୍ୟାଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା, ନିର୍ଦ୍ଦେଶକ ଆୟୁଷଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା।

ଜନସାଧାରଙ୍କ ନିକଟରେ ଆୟୁଷ ସ୍ୱାସ୍ଥସେବାକୁ ପହଞ୍ଚାଇବା ସହିତ ଏହି ପୁରାତନ ପଦ୍ଧତି ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ପାଇଁ ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ନିର୍ଦ୍ଦେଶକ ଆୟୁଷ ମତ ପୋଷଣ କରିଥିଲେ। ସ୍ୱାସ୍ଥ୍ୟରକ୍ଷାର ଆୟୁଷ ପଦ୍ଧତିର ଭୂମିକା ବିଷୟରେ ଅତିଥିମନେ ମତବ୍ୟକ୍ତ କରିଥଲେ। ଏହି ଉଦ୍‌ଘାଟନୀ ସଭାରେ ସ୍ଥାନୀୟ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ସ୍ଥାନୀୟ ସରପଞ୍ଚ  ବିଷ୍ଣୁପ୍ରସାଦ ଡେଙ୍ଗ, ସ୍ଥାନୀୟ ସମିତି ସଭ୍ୟ ଶ୍ରୀଯୁକ୍ତ ବ୍ରଜବନ୍ଧୁ ପ୍ରଧାନ ଓ ନାୟବ ସରପଞ୍ଚ ଶ୍ରୀମତୀ ବାସପ୍ରଭା ସ୍ୱାଇଁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଡା. ରେଣୁପ୍ରଭା ମହାପାତ୍ର, ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ  ପ୍ରଦାନ କରିଥିଲେ। ଡା. ପ୍ରମୋଦ ବିହାରୀ ପ୍ରଧାନ, ନୋଡ଼ାଲ ଅଫିସର, ଜିତୀୟ ଆୟୁଷ ମିଶନ ଏଥିରେ ମୁଖ୍ୟ ଭାବରେ ଯୋଗ ଦେଇଥିଲେ। ଡା ଆଭାମୟୀ ନାୟକ, ଜିଲ୍ଲା ହୋମିଓପାଥିକ୍‌ ଚିକିତ୍ସାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବରିଷ୍ଠ ଆୟୁର୍ବେଦିକ୍‌ ଚିକିତ୍ସାଧିକାରୀ ଡା. ଗୌରୀ ଶଙ୍କର ପ୍ରସାଦ ମିଶ୍ର, ଡା ସାରଦା ପ୍ରସନ୍ନ ବିଶ୍ୱାଳ, ଡା ସଂଜୟ କୁମାର ମହାପାତ୍ର, ଡା ରାଜୀବ ଲୋଚନ ସେଠୀ, ଡା ସୁଜାତା ମିଶ୍ରଙ୍କ ସହିତ ବରିଷ୍ଠ ହୋମିଓପ୍ୟାଥିକ୍‌ ଚିକିତ୍ସକ ଡା ଅରୁଣ କୁମାର ମଲ୍ଲିକ, ଡା ସତ୍ୟେନ୍ଦୁ ମଲ୍ଲିକ, ଡା କାଳିନ୍ଦୀ ଚରଣ ସେଠୀ, ଡା ଚିନ୍ମୟୀ ସାହୁ , ଡା ସସ୍ମିତା ବେହେରା ପ୍ରମୁଖ ଯୋଗଦେଇଥିଲେ। ଅଭିନ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଅଧ୍ୟାପକ ଡା ରାଜେନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମର ସଂଯୋଜନ କରିଥିଲେ। । ଛତାବର ଗ୍ରାମପଞ୍ଚାୟତର ବହୁ ମାନ୍ୟଗଣ୍ୟ ବକ୍ତି, ଉଚ୍ଚବିଦ୍ୟାଳୟର ଶିକ୍ଷକବୃନ୍ଦ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏହି ଗ୍ରାମ ପଂଚାୟତର ଓ୍ଵାର୍ଡମେମ୍ବର ଇତ୍ୟାଦି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୁଷ ଗ୍ରାମ କାର୍ଯ୍ୟକ୍ରମ ନିମନ୍ତେ ଏହି ଗ୍ରାମ ପଞ୍ଚାୟତର ଜନସାଧାରଣ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗକୁ ଏହିଭଳି କାର୍ଯ୍ୟକ୍ରମମାନ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

10 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

18 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

34 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago