ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା । ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ହେଲଥ କାର୍ଡ  । ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବି ପାଇବେ ଏହି ସ୍ଵାସ୍ଥ୍ୟ ବୀମାର ସୁବିଧା ।

ଦାଦନ ଶ୍ରମିକଙ୍କୁ ବି ମିଳିବ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାର ଫାଇଦା। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ । ନୂଆ ସ୍ଵାସ୍ଥ୍ୟ ବୀମାରେ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସୁବିଧା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like