ପ୍ରତି ସଦସ୍ୟଙ୍କୁ ଆୟୁଷ୍ମାନ କାର୍ଡ, ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର : ଓଡ଼ିଶାର ଜନସାଧାରଣଙ୍କ ପାଇଁ ସମନ୍ବିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେ.ଏ.ୱାଇ-ଜି.ଜେ.ଏ.ୱାଇ) କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏହି ସମନ୍ବିତ ଯୋଜନାରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ ।ବର୍ତ୍ତମାନର ସମସ୍ତ ଜି.ଜେ.ଏ.ୱାଇ ହିତାଧିକାରୀଙ୍କୁ ଏ.ବି.ପିଏମ୍.ଜେ.ଏ.ୱାଇ-ଜି.ଜେ.ଏ.ୱାଇର ଏକକ କାର୍ଡ଼ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

ନୂଆ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଜି.ଜେ.ଏ.ୱାଇ ହିତାଧିଜାରୀ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼/ବର୍ତ୍ତମାନ ପାଖରେ ଥିବା ସ୍ବାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ/ବହୁମୂଖୀ ଜନ ସ୍ବାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବେ । କାର୍ଡ଼ ବଣ୍ଟନର ତାରିଖ ଆଗୁଆ ଜଣାଇ ଦିଆଯିବ । ଏ.ବି.ପିଏମ୍.ଜେ.ଏ.ୱାଇ-ଜି.ଜେଏ.ୱାଇର ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସାରା ଦେଶର ୨୯,୦୦୦ ତାଲିକାଭୁକ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ ।

ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କର ନାମ www.nha.gov.in କିମ୍ବା www.gjay.gov.in ରୁ ମିଳିପାରିବ । ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ପ୍ରଣୟନ କରିବେ ଯାହା ଦ୍ବାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ ଗାଁ କୁ ଗାଁ ବୁଲି କାର୍ଡ ପ୍ରସ୍ତୁତିରେ ସ୍ମୃତିରେ ହିତାଧିକାରୀମାନଙ୍କୁ ସହାୟତା କରିବେ  ।

ହିତାଧିକାରୀମାନେ http://beneficiary.nha gov.in କିମ୍ବା ଆୟୁଷ୍ମାନ ଆପରେ ଲଗଇନ୍ କରି ନିଜର ଇ-କେୱାଇ.ଟି କରିବେ । ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା ନେତୁ) କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ । ପଞ୍ଜିକରଣ ପଦ୍ଧତି ଚୟନ ନିଜଦ୍ୱାରା କିମ୍ବା ଅନ୍ୟର ସାହାଯ ହାଯ୍ୟରେ http://beneficiary.nha.gov.in ପୋର୍ଟାଲ କିମ୍ବା ଆୟୁଷ୍ମାନ ଆପ୍‌ରେ ଲଗ୍‌ଇନ୍ କରି ନିଜର ଇ-କେୱାଇ.ସି କରନ୍ତୁ । ଅନ୍ୟ ରାଜ୍ୟମାନଙ୍କର ପଞ୍ଜିକୃତ ସଂସ୍ଥା । ସେହି ପୋର୍ଟାଲ/ଆପରୁ ଏ.ଭି.ଭି.ୱାଇ କାର୍ଡ଼ ମିଳିଯିବ