କିସରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ, ୩୦ ହଜାର ଛାତ୍ରଛାତ୍ରୀ ଏକତ୍ର ଭାବେ କରିବେ ପାଳନ

ଭୁବନେଶ୍ୱର(କେନ୍ୟୁଜ) : କିସରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି।

ଏହି ଉପଲକ୍ଷେ ୧୪ ତାରିଖରେ ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଏକତ୍ରିତ ଭାବେ ଅତି ଆତ୍ମୀୟତାର ସହ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଉଚ୍ଚାୟୁକ୍ତ ଓ ରାଷ୍ଟ୍ରଦୂତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ଆସନ୍ତାକାଲି ଅପରାହ୍ନ ୫ଟା ୨୦ ଠାରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଆପଣମାନେ କଳିଙ୍ଗ ଟିଭିରେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.