ମହିମା ଧର୍ମର ଧର୍ମଗୁରୁ ବାବା ବ୍ରହ୍ମ ଅବଧୁତ ପ୍ରାଣକୃଷ୍ଣ ଦାସଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ଶେଷ ନିଃଶ୍ୱାସ ତ୍ୟାଗ କଲେ ଶତାୟୁ ବାବା । ମହିମା ଧର୍ମଗୁରୁ ବାବା ବ୍ରହ୍ମ ଅବଧୂତ ପ୍ରାଣକୃଷ୍ଣ ଦାସଙ୍କର ପରଲୋକ ହୋଇଛି । ସାଲେପୁର ରାମକୃଷ୍ଣପୁର ପାଟପୁରାଠାରେ ଥିବା ଅଲେଖ ମଠରେ ଆଜି ସକାଳ ପ୍ରାୟ ୫ଟା ସମୟରେ ବାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୯ ବର୍ଷ ବୟସ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ବୁଲି ବୁଲି ମହିମା ଧର୍ମର ପ୍ରଚାର କରୁଥିଲେ ।

ଗତ ବର୍ଷ କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଡିକୁ ଦଶ ହଜାର ଟଙ୍କା ଦାନ କରିଥିଲେ ବାବା । ବାବାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାଲେପୁର ପିକୋଳୋଠାର ବାବାଙ୍କୁ ସମାଧି ଦିଆଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.