ଚଳଚଞ୍ଚଳ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ: ଆଜି ମଙ୍ଗନ, ଆସନ୍ତାକାଲି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ଚାନ୍ଦବାଲି(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ଆରଡି ପୀଠ । ଆଜି ମଙ୍ଗନ,ଆସନ୍ତାକାଲି ଦେବ ଦମ୍ପତି ବିବାହ ଉତ୍ସବ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସକାଳୁ ସକାଳୁ ଉଭୟ ବର ଓ କନିଆ କର୍ତ୍ତା ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ନିଜ ନିଜ ଘରକୁ ନେଇ ବିଧି ଅନୁସାରେ ହଳଦୀ ଲଗାଇ ମଙ୍ଗୁଳାଇଥିଲେ ।

୭ଜଣ ମହିଳା ନୂଆ ବସ୍ତ୍ର ପିନ୍ଧି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କୁ ମଙ୍ଗୁଳାଇବା ପରେ ମହାସ୍ନାନ କରାଯାଇଥିଲା । ପରେ ହର ଓ ପାର୍ବତୀଙ୍କୁ ସୁସଜ୍ଜିତ କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ଲୈାକିକ ପ୍ରଥାରେ ମଙ୍ଗଳ ପାଗ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଆସନ୍ତାକାଲି ସକାଳ ୧୧ଟାରେ ହନୁମାନ ବରଧରା ହୋଇ ବର ନିମନ୍ତ୍ରଣ କରିବାକୁ ବାହାରିବେ। ତାହାସହ ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହେବ। ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.